ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

You are currently viewing ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ଶାହାରାଗୁଡା ଗ୍ରାମର ଈଶ୍ୱର ନାଏକଙ୍କୁ ବୁଧବାର ସେହି ଗ୍ରାମର ଏକ ପରିବାର ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ସାହାରାଗୁଡ଼ା ଗ୍ରାମର ବୀର ନାଏକଙ୍କ ପୁଅ ଈଶ୍ଵର ନାଏକ ଘର ଠାରୁ କିଛି ଦୂରକୁ ଗାଧୋଇବାକୁ ଯାଉଥିବା ବେଳେ ସେହି ଗ୍ରାମର ଗୁଣନିଧି ନାଏକ ଓ ତାଙ୍କ ସ୍ତ୍ରୀ ମିଲି ନାଏକ ମିଶି ଗାଁ ମୁଣ୍ଡ ଶନି ମନ୍ଦିର ପାଖ ଆମ୍ବ ତୋଟା ନିକଟରେ ଠେଙ୍ଗାରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ପଳାଇଥିଲେ। ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚି ତାଙ୍କୁ ସେଠାରୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବନ୍ତଳା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ଈଶ୍ଵର ନାଏକ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply