ଅନୁଗୁଳ : ଅନୁଗୁଳ କୋର୍ଟର ଜଣେ ଅତିରିକ୍ତ ସରକାରୀ ଓକିଲ (ଏପିପି)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି ।
ସୂଚନା ଯେ, ଖଲାରୀ ଗାଁର ବାଉରୀବନ୍ଧୁ ମହାପାତ୍ର(୫୩) ରାତି ପ୍ରାୟ ୧୧ଟା ବେଳେ ମା’ଙ୍କ ଔଷଧ କିଣି ଘରକୁ ଫେରୁଥିଲେ। ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସାମ୍ନାରେ ପଛରୁ ଏକ ବାଇକ୍ରେ ୩ ଜଣ ଆସି ଏକ ବୋତଲରେ ତାଙ୍କ ମୁଣ୍ଡକୁ ମାରିଥିଲେ। ଫଳରେ ଶ୍ରୀ ମହାପାତ୍ର ଆହତ ହୋଇଥିଲେ। ତେବେ ଏହି ଯୁବକମାନେ କିଛି ହିସାବ ମାଗିଲେ ଜୀବନରେ ମାରିଦେବୁ ବୋଲି କହୁଥିବା ଶ୍ରୀ ମହାପାତ୍ର କହିଛନ୍ତି। ଏ ନେଇ ଶ୍ରୀ ମହାପାତ୍ର ଶନିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।