ଜମି ଦେବାନାଁରେ ଠକେଇ, ବାପ ପୁଅ ଗିରଫ

You are currently viewing ଜମି ଦେବାନାଁରେ ଠକେଇ, ବାପ ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡ଼ା ଗାଁରେ ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ପୁଲିସ ବାପ ପୁଅଙ୍କୁ ଗିରଫକରିଛି। ସୂଚନା ଯେ, ଗାଁର ପ୍ରକାଶ ଚନ୍ଦ୍ର ରଥ ଓ ତାଙ୍କ ପୁଅ ଶୁଭ୍ରଜିତ ରଥ ତାଙ୍କର ପ୍ରାୟ ୨ ଏକରରୁ ଊର୍ଦ୍ଧ୍ବ ଜମିକୁ ଶୋଭାଗ୍ୟନଗରର ରାଜକିଶୋର ନାଏକଙ୍କୁ ବିକ୍ରି କରିବାକୁ କହି କିସ୍ତିରେ ପ୍ରାୟ ୪୬ ଲକ୍ଷ ଟଙ୍କା ନେଇଛନ୍ତି। କିନ୍ତୁ ଜମି କବଲା କରିବାକୁ ଏହି ବାପ ପୁଅ କେବେ ସମୟ ବାହାରନକରି ଦିନ ଗଡ଼େଇ ଚାଲିଥିଲେ। ରାଜକିଶୋର ଠକେଇର ଶିକାର ହୋଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ପ୍ରକାଶ ଓ ଶୁଭ୍ରଜିତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।

Share

Leave a Reply