କାଳିଆ ଦର୍ଶନ ସାରି ଫେରୁଥିବା ବେଳେ ଧକ୍କା ହେଲା ଟ୍ରକ: ବାପା-ପୁଅ ମୃତ, ମା-ଝିଅ ଗୁରୁତର

You are currently viewing କାଳିଆ ଦର୍ଶନ ସାରି ଫେରୁଥିବା ବେଳେ ଧକ୍କା ହେଲା ଟ୍ରକ: ବାପା-ପୁଅ ମୃତ, ମା-ଝିଅ ଗୁରୁତର

ଅନୁଗୁଳ: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ। ପୁରୀରେ ଜଗାକୁ ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଯାଇଛି ବାପ- ପୁଅଙ୍କ ଜୀବନ।
ଆଜି ୫୫ ନମ୍ବର ରାଜପଥ ହଣ୍ଡପା ଥାନା ସର୍ଗିପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ କାରକୁ ଧକ୍କା ଦେବା ଫଳରେ କାରରେ ଥିବା ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ମା’ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବେଲପାହାଡ଼ ଅଞ୍ଚଳର ପ୍ରଭାସ ବୋଷ, ସ୍ତ୍ରୀ ସଂଗୀତା ବୋଷ, ପ୍ରତ୍ୟୁଷ ବୋଷ ଓ ଝିଅ ସ୍ୱସ୍ତିକା ବୋଷ ପୁରୀ ଜଗନ୍ନାଥ ଦର୍ଶନ କରି ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହଣ୍ଡପା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply