ଅନୁଗୁଳ: ଜଣେ ନବ ବିବାହିତ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେବା ଓ ଏଥିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଆତ୍ମହତ୍ୟା କରିବା ଘଟଣାରେ ବାପ-ପୁଅକୁ ହୋଇଛି ଜେଲ୍ଦଣ୍ଡ ଅନୁଗୁଳ ଜିଲ୍ଲା ବନ୍ତଳା ନିକଟ ପାତେଳି ଗାଁରେ ୨୦୧୬ ମସିହାରେ ଘଟିଥିବା ଏହି ମାମଲାରେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ମାମଲାର ବିବରଣୀରୁ ପ୍ରକାଶ, ଅନୁଗୁଳ ସଦର ଥାନା ନୂଆମୌଜାର ସନ୍ତୋଷ ବେହେରାଙ୍କ ଝିଅ ଆରତି ବେହେରା ପାତେଳି ଗାଁର ନିତ୍ୟାନନ୍ଦ ବେହେରାଙ୍କ ପୁଅ ସୁବର୍ଣ୍ଣ ବେହରାଙ୍କୁ ୨୦୧୬ ଏପ୍ରିଲ ୨୭ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। କିନ୍ତୁ ଅଧିକ ଯୌତୁକ ଦାବି କରି ଆରତିଙ୍କ ଶାଶୂ ଘର ଲୋକ ତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ସେ ୨୦୧୬ ଡିସେମ୍ବର ୪ ତାରିଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏଥିନେଇ ସନ୍ତୋଷଙ୍କ ଅଭିଯୋଗକ୍ରମେ ଅନୁଗୁଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏଥିରେ ସୁବର୍ଣ୍ଣ ବେହେରା ଓ ତାଙ୍କ ବାପା ନିତ୍ୟାନନ୍ଦ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଚୌଧୁରୀ ବାସୁଦେବ ପାତ୍ରଙ୍କ ବେଞ୍ଚରେ ଚାଲିଥିଲା । ମୋଟ ୨୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଶେଷରେ ଏହି ମାମଲାରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି | ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲାବେଳେ ତାଙ୍କୁ ବିଶ୍ବଜିତ ବରାଳ ସହାୟତା କରିଥିଲେ।
ବାପ-ପୁଅଙ୍କୁ ୭ ବର୍ଷ ଜେଲ୍
- Post published:January 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul
You Might Also Like

ମାଟ୍ରିକରେ ଉତ୍ତମ ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ, ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ରଖିଛନ୍ତି ଆଶା

କୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ
