ଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

You are currently viewing ଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ପୌର ପରିଷଦ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଶେଷ ଦିନରେ କାଉଁସିଲର ପାଇଁ ୫୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ମୋଟ ୮୦ ଜଣ କାଉଁସିଲ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି ପୌରାଧ୍ୟକ୍ଷ ପଦ ପାଇଁ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମସ୍ତ ପ୍ରାର୍ଥୀ ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀମାନେ ସେମାନଙ୍କ ଦଳିୟ ନେତା ଓ ସମର୍ଥକଙ୍କସହ ଶୋଭାଯାତ୍ରାରେ ସହର ପରିକ୍ରମାକରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ପୌରାଧ୍ୟକ୍ଷ ପାଇଁ ବିଜେଡିର ଅକ୍ଷୟ କୁମାର ସାମନ୍ତ, ବିଜେପିର ଦିଲ୍ଲିପ କୁମାର ପ୍ରଧାନ ଓ କଂଗ୍ରେସର ବଲବିର ସିଂହ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୌର ପରିଷଦର ୨୩ଟି ୱାର୍ଡ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରୁ ବିଜେଡି ଓ ବିଜେପି ସମସ୍ତ ୨୩ଟି ୱାର୍ଡ ପାଇଁ ସେମାନଙ୍କ ପାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ କେବଳ ୧୯ଟି ୱାର୍ଡରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛି। ଆସନ୍ତା ୯ ତାରିଖରେ ପାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯାଇ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶନ କରାଯିବ। ଆସନ୍ତା ୧୪ ତାରିଖରେ ପ୍ରାର୍ଥୀମାନେ ଚାହିଲେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୨୪ ତାରିଖରେ ଭୋଟଗ୍ରହଣ ହେବ। ୨୬ ତାରିଖରେ ଫଳାଫଳ ଘୋଷଣା କରାଯିବ।

Share

Leave a Reply