ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

You are currently viewing ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

ଅନୁଗୁଳ : ବୁଧବାର ଭୋରରୁ ଅନୁଗୁଳ ଜିଲ୍ଲାର ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗାଁରେ ଅଗ୍ନିକାଣ୍ଡ ଘଟି ଜଣକ ଘର ପୋଡ଼ିଯାଇଛି। ସୂଚନା ମୁତାବକ, ସକାଳ ପ୍ରାୟ ୪ଟା ବେଳେ ତାଳପଦାର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଖିଣ୍ଡା ସରକାରୀ ରାଜସ୍ୱ ନିରକ୍ଷକ ସଙ୍ଗେ ସଙ୍ଗେ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

ଖିଣ୍ଡା ସରକାରୀ ରାଜସ୍ୱ ନିରକ୍ଷକଙ୍କ ପକ୍ଷରୁ ୨ ଗୋଟି ପାଲ ବଣ୍ଟନ କରାଯିବା ସହ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏ ଅବସରରେ ଅରୁଣାଭ ସିଂହ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସରପଞ୍ଚ ସୁଶାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ପଞ୍ଚାୟତ ବିଜେଡି ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply