ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ, ଜଳିଗଲା ଫାଷ୍ଟଫୁଡ଼ ସହ ବ୍ୟାଗ୍ ଦୋକାନ

You are currently viewing ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ, ଜଳିଗଲା ଫାଷ୍ଟଫୁଡ଼ ସହ ବ୍ୟାଗ୍ ଦୋକାନ

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ରାଜା ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନର ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ସେହି ଦୋକାନ ସହ ପାଖରେ ଥିବା ଏକ ବ୍ୟାଗ୍ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ହୁଲୁରସିଙ୍ଗା ଗ୍ରାମର ଅଶୋକ ଘଡେଇ ରାଜାଛକ ନିକଟରେ ଏକ ଫାଷ୍ଟ ଫୁଡ୍ ଦୋକାନ ଦେଇଛନ୍ତି। ହଠାତ୍ ସେହି ଦୋକାନରୁ ଗ୍ୟାସ ଲିକ୍ ହେବାରୁ ଚାହୁଁ ଚାହୁଁ ଦୋକାନଟି ଜଳି ଯାଇଥିଲା। ଏଥିସହ ତା’ ପାଖରେ ଥିବା ଏକ ବ୍ୟାଗ୍ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଉଭୟ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡରେ କେତେ ଟଙ୍କାର ଜିନିଷ ପୋଡିଛି ତାହା ଏବେ ଜଣାପଡ଼ିନାହିଁ।

Share

Leave a Reply