ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯାଇଛି। ଚିକିତ୍ସାଳୟ ପରିସରରେ ନିଆଁ ସମ୍ବନ୍ଧିତ ଆପାତକାଳୀନ ପରିସ୍ଥିତି ସମୟରେ ସମସ୍ତେ କିପରି ରକ୍ଷା ପାଇପାରିବେ ସେ ସମ୍ବନ୍ଧରେ ଉଭୟ ରୋଗୀ ଓ ଡାକ୍ତରଖାନା କର୍ମଚାରୀମାନଙ୍କୁ ସଚେତନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି ଯେ, ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପାତକାଳୀନ ପରିସ୍ଥିତିରେ ସମସ୍ତେ କିପରି ରକ୍ଷା ପାଇପାରିବେ। ଏହି ଅଭ୍ୟାସ ସମୟରେ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀମାନେ ନିଆଁ ନିର୍ବାପଣ ଯନ୍ତ୍ର ଓ ସୁରକ୍ଷା ସାମଗ୍ରୀ ବ୍ୟବହାର କରି ନିଆଁ ନିର୍ବାପଣ କରିବା ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି।
ଜିଲ୍ଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ‘ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯିବା ଦ୍ୱାରା ଆପାତକାଳୀନ ପରିସ୍ଥିତିରେ ସମସ୍ତେ ରକ୍ଷା ପାଇପାରିବେ’। ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।








