ଅନୁଗୁଳ: ସ୍ଥାନୀୟ ସଦର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ।
ପ୍ରକାଶ ଯେ, ସଦର ଥାନାର ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ କରଡ଼ା ଗାଡ଼ିଆର ନୀଳକଣ୍ଠ ଗୋଚ୍ଛାୟତ (୨୧), ପୁରୁଣାଗଡ଼ର ମିଲନ ନାଏକ (୧୯), କୁମଣ୍ଡର ତ୍ରିଲୋଚନ ନାଏକ (୨୩), କୁଇଓର ଆଶିଷ ଗଡ଼ନାୟକ (୨୫) ଓ ଜଣେ ନାବାଳକ। ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହୀନ ମଟର ସାଇକେଲ ଜବତ କରାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।