ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗାଁର ପ୍ଲିପ୍କାର୍ଟ ଡେଲିଭରି ବଏର ବାଇକ୍, ସାମଗ୍ରୀ ଚୋରୀ ଅଭିଯୋଗରେ ପୁଲିସ ଗୁରୁବାର ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଡେଲିଭରି ବଏ ବିକାଶ ପ୍ରଧାନ ସାମଗ୍ରୀ ଦେବାପାଇଁ ନିଜ ମଟର ସାଇକେଲରେ ଛେଳିଆପଡା ଅଞ୍ଚଳକୁ ଯାଇଥିଲା। ମଙ୍ଗଳବାର ପ୍ରାୟ ୩ଟାରେ ଖମାର ଗାଁରେ ଜଣେ ଲୋକଙ୍କ ଘରକୁ ସାମଗ୍ରୀ ଦେବାକୁ ଭିତରକୁ ପଶିଥିଲେ। ସେହି ସମୟରେ ସେ ତାଙ୍କ ଚାବି ଗାଡ଼ିରେ ଲାଗିଥିବା ଅବସ୍ଥାରେ ଛାଡି ଯାଇଥିଲେ। ଏହା ସହ ଡେଲିଭରି ଦେବାକୁ ନେଇଥିବା ଅନେକ ସାମଗ୍ରୀ ବସ୍ତାକୁ ଗାଡି ଉପରେ ରଖି ଦେଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଗାଡି ସହ ଡେଲିଭରି ଦେବାପାଇଁ ରଖିଥିବା ସାମଗ୍ରୀକୁ ନେଇ ଚମ୍ପଟ ମାରିଥିଲେ। ଏ ନେଇ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ଗାଁର ନୃସିଂହ ଗୋଚ୍ଛାୟତଙ୍କୁ ଗିରଫ କରିଛି। ତାଙ୍କଠାରୁ ବିକାଶଙ୍କ ବାଇକ୍, ୧୮ଟି ପାର୍ସଲ ଜବତ କରାଯାଇଛି।
ଫ୍ଲିପକାର୍ଟ ଚୋର ଧରାପଡ଼ିଲା
- Post published:July 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul