ଅନୁଗୁଳରେ ଲୋକାର୍ପିତ ହେଲା ରେଡ଼ିଓ ସର୍ବୋଦୟ

You are currently viewing ଅନୁଗୁଳରେ ଲୋକାର୍ପିତ ହେଲା ରେଡ଼ିଓ ସର୍ବୋଦୟ

ଅନୁଗୁଳ, ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାନ୍ଧୀବାଦୀ ସଙ୍ଗଠନ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ପ୍ରତିଷ୍ଠିତ 89.6 FM ରେଡ଼ିଓ ସର୍ବୋଦୟ ଆଜି ଅନୁଗୁଳର ଐତିହାସିକ ବାଜିରାଉତ ଛାତ୍ରାବାସ ପରିସରରେ ଲୋକାର୍ପଣ କରାଯାଇଛି। ଏହାକୁ ଲୋକାର୍ପଣ କରି ଦେଶର ବିଶିଷ୍ଟ ଗାନ୍ଧୀବାଦୀ ତଥା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ କହିଲେ ଯେ, ସର୍ବୋଦୟ ଆନ୍ଦୋଳନର ଇତିହାସରେ, ଦେଶ ତଥା ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଐତିହାସିକ ବାଜିରାଉତ ଛାତ୍ରାବାସ ପରିସରରେ ସର୍ବୋଦୟ ରେଡିଓର ଶୁଭାରମ୍ଭ ଅତ୍ୟନ୍ତ ଆନନ୍ଦର ବିଷୟ। ଆଜି ଯେତେବେଳେ ଲୋକଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଭିନ୍ନ ପ୍ରୟାସ ଚାଲିଛି ସେତେବେଳେ ଏହି ନୂଆ ରେଡ଼ିଓ ଲୋକଙ୍କର ସ୍ୱର ହେବ ବୋଲି ସେ କହିଥିଲେ।

ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ବେତାର କେନ୍ଦ୍ର ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ.ଏ ସାହା ଅନସାରୀ ଯୋଗଦେଇ ବିଗତ ଦିନରେ ଓଡ଼ିଶାରେ ଡାଲି ଦୁର୍ନୀତି ର ପର୍ଦାଫାଶ ମାଧ୍ୟମରେ ହୋଇଥିବା କହି ରେଡ଼ିଓ ସର୍ବୋଦୟ ଅନୁଗୁଳବାସୀଙ୍କ ରକ୍ଷା କବଚ ପାଳୟିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ରେଡ଼ିଓ ସର୍ବୋଦୟର ଶୁଭାରମ୍ଭ କରି କହିଲେ ଯେ, ଅନୁଗୁଳରେ ଆର୍ଥିକ ସମତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ରଙ୍ଗବତୀ ସଙ୍ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଏସ. ଏ. ସଫିକ, ସୁବ୍ରତ ପତି, ଶିଶିର ଶତପଥୀ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।ଉଦଘାଟନୀ ଉତ୍ସବରେ ରେଡ଼ିଓ ସର୍ବୋଦୟର ନିର୍ଦ୍ଦେଶକ ଡଃ ବିଶ୍ଵଜିତ୍ ସଞ୍ଚାଳନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲ।ଏହି କାର୍ଯ୍ୟକ୍ରମକୁ ଇଂ ଧନେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ବରାଳ, ଆଦ୍ୟଶ୍ଳୋକ ମିଶ୍ର, କିଶୋର ଶତପଥି, ଛୋଟରାୟ ମାଝୀ ପ୍ରମୁଖ ସଂଚାଳନ
କରିଥିଲେ।

Spread the love

Leave a Reply