କମୁଛି ଶୀତ, ବଢ଼ୁଛି କୁହୁଡ଼ି; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

You are currently viewing କମୁଛି ଶୀତ, ବଢ଼ୁଛି କୁହୁଡ଼ି; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କମୁଛି ଶୀତ। ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବା ଆଶଙ୍କା ରହିଛି। ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ଘନକୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ଉପାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply