ଅନୁଗୁଳ: ଅନୁଗୁଳ ସହରରେ ଚାଲିଥିବା ମା’ ଲକ୍ଷ୍ମୀଙ୍କ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଗୁପଚୁପ, ଚାଟ, ମଥୁରା କେକ୍ ଦୋକାନମାନ ଖୋଲାଯାଇଛି। ଆଜି ଏ ସବୁ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ବିଭାଗ ପକ୍ଷରୁ ଦଶହରା ପଡିଆ ଠାରେ ପଡ଼ିଥିବା ସମସ୍ତ ଖାଦ୍ୟ ଦୋକାନ ଉପରେ ଯାଞ୍ଚ ବେଳେ ବାସି ଖାଦ୍ୟ, ଆଳୁ, ଛଣା ତେଲ, କଲର ଆଦି ମିଳିଛି। ଏଥିସହ କେତେକ ଦୋକାନର ଲାଇସେନ୍ସ ମଧ୍ୟ ନ ଥିବା ଯାଞ୍ଚ ବେଳେ ଧରାପଡ଼ିଛି। ଯାଞ୍ଚ ବେଳେ ୩ ଜଣଙ୍କୁ ଫାଇନ କରାଯାଇଥିବା ଜଣାଯାଇଛି। ଯାଞ୍ଚ ପ୍ରକ୍ରିୟାରେ ଡି.ପି.ଏଚ.ଓ ଧନଞ୍ଜୟ ବେହେରା, ଏଫ.ଏସ୍.ଓ ହରପ୍ରିୟା ବେହେରା, ଏମ୍.ଟି.ଏସ୍ ନୀଳାମ୍ବର ପ୍ରଧାନ ସାମିଲ ହୋଇଥିଲେ।
ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୂଜାରେ ପଡ଼ିଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ଉ, ୩ ଜଣଙ୍କୁ ଜରିମାନା
- Post published:October 11, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul


