ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ବର୍ଷକୁ ବର୍ଷ ବଢ଼ି ଚାଲିଛି। ସହରର ୨୩ ଟି ୱାର୍ଡରେ ୫୦୦ ରୁ ଉର୍ଧ୍ଵ କୁକୁର ଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଖାଦ୍ୟ ଅଭାବରୁ ଅବା ରୋଗ କାରଣରୁ ଏହି ବୁଲା କୁକୁର ଲୋକଙ୍କୁ କାମୁଡୁଛନ୍ତି। ନିକଟରେ ପାଗଳା କୁକୁର କାମୁଡ଼ାରେ ସହର ୨୨ ଜଣ ଗୁରୁତର ଆହତ ହୋଇଥିଲେ। ତେଣୁ ଅନୁଗୁଳର ସ୍ବେଚ୍ଛାସେବୀ ମାନେ ପୌରପାଳିକା ପକ୍ଷରୁ ଯଥା ଶୀଘ୍ର କୁକୁର ବନ୍ଧ୍ୟା କରଣ ଯୋଜନା ଆରମ୍ଭ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଭେଟି ଏକ ଦାବି ପତ୍ର ଦେଇଥିଲେ। ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ମଧ୍ୟ ଦାବି ପ୍ରତି ଯଥା ସମ୍ମାନ ଦେଇ ଆସନ୍ତା ୧୪ ତାରିଖରେ ଏଥିନେଇ ସ୍ଥାନୀୟ ପ୍ରାଣୀ ବିଭାଗ ଅଧିକାରିଙ୍କ ସହ ବୈଠକ ରଖିଥିବା ପ୍ରକାଶ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ସ୍ବେଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଆଦ୍ୟାଶ୍ଳୋକ ମିଶ୍ର ଓ ଅନ୍ୟମାନେ ସାମିଲ ଥିଲେ।
ଶ୍ଵାନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସ୍ବେଚ୍ଛାସେବୀଙ୍କ ସ୍ମାରକ
- Post published:February 12, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul