କାଠ ଲଦା ହୋଇଥିବା ୧୨ଟି ଗାଡ଼ି ଜବତ କଲା ବନ ବିଭାଗ

You are currently viewing କାଠ ଲଦା ହୋଇଥିବା ୧୨ଟି ଗାଡ଼ି ଜବତ କଲା ବନ ବିଭାଗ

ଅନୁଗୁଳ: ରାତ୍ରି ପାଟ୍ରୋଲିଂ ବେଳେ ଅନୁଗୁଳ ଜିଲ୍ଲା ଜରପଡ଼ା ସେକ୍ସନ ଜଙ୍ଗଲ ବିଭାଗ ଅଧିକାରୀମାନେ ୧୨ଟି ଚୋରା ଗାଡ଼ି ଜବତ କରିଛନ୍ତି। କତଡ଼ା ବଙ୍ଗଳା ସାହି ରେଲୱେ ସାଇଟ୍ ନିକଟରେ ୧୨ ଟି ଗାଡ଼ି ଥିବା ଅଧିକାରୀମାନେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଚଢ଼ଉ ବେଳେ ୧୨ ଟି ଗାଡ଼ିରେ ପ୍ରାୟ ୩୯ ସି ଏଫ୍ ଟି ଥିବା ଜଣାପଡ଼ିଛି। କାଠ ସବୁକୁ ଜବତ କରାଯାଇ ଜରପଡା ରେଞ୍ଜକୁ ଅଣାଯାଇଛି। ଏହି ଚଢ଼ଉରେ ଫରେଷ୍ଟର ବସନ୍ତ ଗଡ଼ନାୟକ, ରିତାରାଣୀ ସେଠୀ, ଗାର୍ଡବଲିଜା ରାଣୀ ମାଝୀ ଏବଂ ହାତୀ ସ୍କ୍ୱାଡର ସଦସ୍ୟମାନେ ସାମିଲ ଥିଲେ।

Share

Leave a Reply