ଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

You are currently viewing ଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଡିଜିଟାଲ ମୋବାଇଲ ଆପ “ସବୁଜ ଅନୁଗୁଳ” ଆପର ଶୁଭ ଉନ୍ମୋଚନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଜିଆଇଏସ ଭିତ୍ତିକ ଏମଆଇଏସ ପୋର୍ଟାଲ ଅଟେ। ଲୋକମାନଙ୍କୁ ବିଭିନ୍ନ ଜଙ୍ଗଲ ଓ ପରିବେଶ ଜନିତ ସେବା ଯୋଗାଇଦେବା ପାଇଁ ଏହି ଆପ ପ୍ରସ୍ତୁତ କରାଯାଇଛି।

ଉତ୍ତମ ଓ ସ୍ମାର୍ଟ  ବିଭାଗୀୟ ପରିଚାଳନା,ଲୋକଙ୍କ ଅଭିଯୋଗ, ଲୋକଙ୍କ ବିଭିନ୍ନ ସୂଚନା ଏଥିରେ ଦିଆଯାଇପାରିବ। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏଇ ଆପକୁ ଡାଉନଲୋଡ କରାଯାଇପାରିବ।ପରିବେଶ ପ୍ରଦୂଷଣ ଜନିତ ଅଭିଯୋଗ,ଚାରା ଆବଶ୍ୟକତା, ବ୍ୟତୀତ ପରିବେଶ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଏହି ଆପ ମାଧ୍ୟମରେ କରି ପାରିବେ। ଏହି ଆପଟି ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ବୋଲି କୁହା ଯାଉଛି।

Share

Leave a Reply