ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ

You are currently viewing ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ

ଅନୁଗୁଳ: ଅନୁଗୁଳ ବନାରାଜିକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଠାରୁ ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ ଆରମ୍ଭ ହୋଇଛି। ୨୧ ତାରିଖରେ ଏହାର ଉଦଯାପନ ହେବ। ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ସମ୍ମାନିତ ଅତିଥି ଭାବେ ଆରସିସିଏଫ ସଞ୍ଜୟ ସ୍ୱାଇଁ, ବନଖଣ୍ଡ ଅଧିକାରୀ ନୀତିଶ କୁମାର ଓ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସିଠ ଯୋଗଦେଇଥିଲେ।

ଅନୁଗୁଳ ଓ ବାରିପଦା ବନମଣ୍ଡଳର ୨୧ଟି ବନଖଣ୍ଡରୁ ୬୮ ମହିଳା ଓ ୨୪୯ ପୁରୁଷ ପ୍ରତିଯୋଗୀ ୪୩ଟି ବିଭାଗରେ ଅଂଶଗ୍ରହଣ କରିଛନ୍ତି। ଏହା ଦଳଗତ କାର୍ଯ୍ୟ, ଶାରୀରିକ ଦକ୍ଷତା ଓ ଖେଳକୁଦରେ ପ୍ରତିଭା ପ୍ରଦର୍ଶନରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି।

Share

Leave a Reply