ନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

You are currently viewing ନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

ଅନୁଗୁଳ: ନୂଆ ବର୍ଷର ଆରମ୍ଭରୁ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ଦନ୍ତା ହାତୀ ଶନିବାର ଅନୁଗୁଳ ଜିଲ୍ଲାର ୪ ଗୋଟି ସ୍ଥାନରେ ୪ ଜଣଙ୍କୁ କଚାଡି ମାରିଥିବା ଅଭିଯୋଗ ହୋଇଛି। କିଏ ବିଲକୁ ଯାଇଛି,କିଏ ନିଆଁ ପୁଇଁ ହେଉଛି,କିଏ ଶୌଚ ପାଇଁ ତା ଘରୁ ଗୋଡ କାଢ଼ିଛି ତ ଆଉ କେହି ସକାଳୁ ସକାଳୁ ଦାନ୍ତ ଘଷୁଛି ନରହନ୍ତା ଦନ୍ତା କୋଉଠି ଥିଲା କେଜାଣି ଦୁଇ ଘଣ୍ଟା ଭିତରେ ୪ ଜଣ ନିରୀହ ଲୋକଙ୍କୁ କଚାଡି ମାରି ଦେଇଥିଲା।

ଛେଳିଆପଡାରେ ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ଆକ୍ରମଣ ଆରମ୍ଭ କରି ସକାଳ ପ୍ରାୟ ସାଢ଼େ ଛ ଟା ବେଳକୁ ସନ୍ତ୍ରୀ ଠାରେ ହାତୀ ତାର ରାଗ ସାରିଥିଲା। ହାତୀ ଆକ୍ରମଣ କରିଥିବା ସମୟରେ ଗାଁ ଲୋକ ମାନେ ଭୟରେ ଦୌଡା ଦୌଡ଼ି କରିଥିଲେ।

ମୃତକମାନେ ହେଲେ ଛେଳିଆପଡା ଗାଁର ସୁବାସ ବିଶ୍ୱାଳ,ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବାରସିଂହା ଗାଁର ରମେଶ ସ୍ୱାଇଁ ଓ ସନ୍ତ୍ରୀ ଗାଁର ଅଜୟ ସାମଲ। ମୃତକ ମାନଙ୍କ ବୟସ ପ୍ରାୟ ୫୦ ରୁ ୬୦ ବର୍ଷ ଭିତରେ।

ଏ ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିତରେ ଉତ୍ତେଜନା ଦେଖା ଦେଇଥିଲା।ହାତୀ ମାନଙ୍କୁ ଘଉଡାଇବାରେ ବିଫଳତା,ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଅବହେଳା,ହାତୀ ଗାଁ ପାଖରେ ଥିବା ବେଳେ ଡ଼ାକବାଜି
ଦ୍ୱାରା ଲୋକଙ୍କୁ ସତର୍କ ନକରିବା କାରଣରୁ ଚାରି ଚାରିଟା ଲୋକର ଜୀବନ ଗଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅଙ୍ଗାରବନ୍ଧରେ ଉତ୍ତେଜନା ଲାଗି ରହିଥିବା ବେଳେ ଅବଶିଷ୍ଟ ଅଞ୍ଚଳରୁ ଶବ ଗୁଡିକୁ ଅନୁଗୁଳ ଡାକ୍ତରଖାନା ମର୍ଗରେ ରଖାଯାଇଛି।

ଏ ସମ୍ପର୍କରେ ଡିଏଫଓଙ୍କୁ ଯୋଗାଯୋଗ‌କରାଯିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି କେବଳ କହିଥିଲେ।ଗୋଠ ଛଡା ହାତୀଟି ଏଭଳି ନରହନ୍ତା ସାଯିବା ପଛର‌ଅସଲ କାରଣ ଖୋଜିବା ନେଇ ବିଭିନ୍ନ ବିଶେଷଜ୍ଞ ନାନା ମତ ରଖୁଥିବା ବେଳେ ଗାଁରେ କିନ୍ତୁ ଏଣେ ତାଟିକବାଟ ପଡି ଗଲାଣି ।

Share

Leave a Reply