ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

You are currently viewing ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଅନୁଗୁଳ : ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ, ପଶୁପତି ପଶୁ ଖାଦ୍ୟ କମ୍ପାନୀର ସୁପର ଭାଇଜର କାଳନ୍ଦି ଦେହୁରୀ ଜଣେ ସହଯୋଗୀ ସହ ଅନୁଗୁଳରୁ ବନ୍ତଳା ରାତି ୧୨ଟା୩୦ରେ ଯିବା ସମୟରେ ଶରଧାପୁର ନିକଟରେ କଣିହାଁ ଥାନା ଅଞ୍ଚଳ ଡ଼େରେଙ୍ଗର ଜଣେ ଯୁବକ, ସଦରଥାନା ଟିପିରିସିଂହାର ଜଣେ ଯୁବକ ଓ ୨ ନାବାଳକ ରାସ୍ତାରେ ଅଟକାଇ ତାଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ନେଇ ପଳାଇଥିଲେ। ପରେ ଭୋର ୪ଟା ୩୦ରେ ଶାବଳଭଙ୍ଗା ଗାଁର ଗୋକୁଳ ପ୍ରଧାନ ଅନୁଗୁଳ ଆସୁଥିବା ବେଳେ ତାଙ୍କ ବାଇକ୍ ଓ ଫୋନ୍ ଛଡ଼ାଇ ନେଇଥିଲେ। ଏ ନେଇ ଉଭୟେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଉଦ୍ଧାର କରିଛି।

Share

Leave a Reply