ମହୁମାଛି ଆକ୍ରମଣରେ ଚାରି ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

You are currently viewing ମହୁମାଛି ଆକ୍ରମଣରେ ଚାରି ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ପାଖରେ ଶୁକ୍ରବାର ମହୁମାଛି ଆକ୍ରମଣରେ ଚାରିଜଣ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ହେଲେ ଲକ୍ଷ୍ମୀଧର ସାମଲ, କୃଷ୍ଣଚନ୍ଦ୍ର ମହାନ୍ତି, ନାରାୟଣ ଗୌନ୍ତିଆ, ପୃଥ୍ୱୀରାଜ ରାଉତରାୟ। ସମସ୍ତ ଆହତ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆହତମାନେ ରେଙ୍ଗାଳି ସ୍ଥିତ ଏକ ଘରୋଇ ଗ୍ୟାସ ବିତରଣ କମ୍ପାନୀରେ କାର୍ଯ୍ୟ କରନ୍ତି। ସେମାନେ ଇ-କେୱାଇସି କରିବା ପାଇଁ କର୍ଣ୍ଣପାଳ ଅଭିମୁଖେ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି।

Share

Leave a Reply