ଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୧୪ ଛାତ୍ରଛାତ୍ରୀ ଚୟନିତ

You are currently viewing ଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୧୪ ଛାତ୍ରଛାତ୍ରୀ ଚୟନିତ

ଅନୁଗୁଳ: ମଧ୍ଯପ୍ରଦେଶ ଦେବସ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ମୁଆଥାଈ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁଗୁଳରୁ ୧୪ ଜଣ ମନୋନୀତ ହୋଇଛନ୍ତି। ଏହି ପିଲାମାନେ ୧୬ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ।

ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ହେଲେ ମନୋଜ କୁମାର ନାୟକ, ପ୍ରତୀକ ମହାପାତ୍ର, ରୁଦ୍ର ଜେଠ୍ୱା, ସାଗର ଦେହୁରୀ, ପ୍ରୀତମ୍ କୁମାର ସାହୁ, ସାୟାନ ମିଶ୍ର, କ୍ଷିତିଜ ବର୍ମା, ଆଦିତ୍ୟ ସିଂହ, ସୌରଭ ଓମ୍ ପ୍ରକାଶ, ବିବେକ୍ କୁମାର ନାୟକ, ସ୍ୱାଧୀନ କୁମାର ସାହୁ, ପ୍ରିୟାଂଶୁ ପ୍ରିୟରଞ୍ଜନ ପ୍ରଧାନ, ଶ୍ରେୟାଶ୍ରୀ ପ୍ରଧାନ ଓ ଅଙ୍କିତା ମହାପାତ୍ର। ଏହି ପ୍ରତିଯୋଗୀମାନେ ରାଜ୍ଯସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ବାଳିକା ବିଭାଗର କୋଚ୍ ଅଙ୍କିତା ତ୍ରିପାଠୀ, ମ୍ୟାନେଜର ଶ୍ରଦ୍ଧା ସ୍ୱାଇଁ, ବାଳକ ବିଭାଗର କୋଚ୍ ଦୁଷ୍ମନ୍ତ କୁମାର ନାଥ, ମ୍ୟାନେଜର ଜିନେନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନେ ଖେଳ ପ୍ରଦର୍ଶନ କରିବେ।

ଏହି ପ୍ରତିଯୋଗୀଙ୍କୁ ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ାଧିକାରୀ ଅଷୟ କୁମାର ସିଠ, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା, ସାମ୍ବାଦିକ ନିର୍ମଳ କୁମାର ଅଗ୍ରୱାଲ, ହ୍ୟୁମାନ ରାଇଟ ଜିଲ୍ଲା ସଭାନେତ୍ରୀ ପଦ୍ମାକ୍ଷୀ ସିଂହ, ବିନୋଦ ବିହାରୀ ମାଝୀ, ବିଶ୍ୱରଂଜନ ସାହୁ (ସତ୍ୟ), ବିଶ୍ବହିନ୍ଦୁ ପରିଷଦ ସଚିବ ରଞ୍ଜିତ ରଶ୍ମି ରଞ୍ଜନ ମିଶ୍ର, ସମାଜ ସେବୀ ଚିନ୍ମୟୀ ଦାସ, ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦେବତା, ସଞ୍ଜୟ କୁମାର ମହାପାତ୍ର, ହେମନ୍ତ କୁମାର ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ ଜଣାଇଛନ୍ତି।

Share

Leave a Reply