ଅନୁଗୁଳ: ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଆଜି ଅନୁଗୁଳ ଶିଶୁଉଦ୍ୟାନରୁ ସରକାରୀ କଲେଜ ଯିବା ରାସ୍ତାରେ ଜଣେ ମାନସିକ ବିକୃତ ବ୍ୟକ୍ତି ଲୋକଙ୍କୁ ଟେକା ପଥର ମାରିଥିଲା। କେବଳ ଏତିକିରେ ଅଟକି ନଥିଲା ଉତ୍ପାତ। ଉକ୍ତ ଯୁବକ ଫଳ ଦୋକାନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ସ୍ଥାନୀୟ ବ୍ୟବସାୟୀ ମାନେ ତାକୁ କାବୁ କରି ହାତ ବାନ୍ଧି ଦେଇଥିଲେ। ପରେ ୧୧୨ କୁ ଫୋନ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।
ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ
- Post published:April 9, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul