ଅଭିନବ ଉପାୟରେ ଠକେଇ: ୩ ଶହ ଟଙ୍କା ଦେଇ ନେଇ ଗଲେ ୨ ଲକ୍ଷ, କଲ୍ କଲା ବେଳକୁ ମୋବାଇଲ ବନ୍ଦ

You are currently viewing ଅଭିନବ ଉପାୟରେ ଠକେଇ: ୩ ଶହ ଟଙ୍କା ଦେଇ ନେଇ ଗଲେ ୨ ଲକ୍ଷ, କଲ୍ କଲା ବେଳକୁ ମୋବାଇଲ ବନ୍ଦ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଟିଆସାହିର ଜଣେ ବ୍ୟକ୍ତିଙ୍କୁ କାଗଜ ଦେଇ ଅଜଣା ବ୍ୟକ୍ତି ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଯେ, ମାଟିଆ ସାହିର ପଦ୍ମ ଲୋଚନ ପଧାନ(୫୭)ଙ୍କୁ ଗତ ୭ ତାରିଖରେ ଜଣେ ଅଜଣା ବ୍ୟକ୍ତି ସର୍କିଟ ହାଉସ୍ ଛକଠାରେ ଦେଖା ହୋଇଥିଲେ। ତାଙ୍କ ସହ ସମ୍ପର୍କ ଯୋଡ଼ି କହିଥିଲେ ସେ ପୁରୀର ଏକ ମଠର କର୍ମକର୍ତ୍ତା। ତାଙ୍କ ମଠରେ ବହୁତ ପରିମାଣର ଶହେ ଟଙ୍କିଆ ନୋଟ ରହିଛି। ଏହି ନୋଟକୁ ଆମେ ୫ ଶହ ଟଙ୍କିଆ ନୋଟରେ ବଦଳାଉଛୁ। ସେଥିପାଇଁ ଯିଏ ଆମକୁ ୫ ଶହ ଟଙ୍କିଆ ନୋଟ ୧ ଲକ୍ଷ ଟଙ୍କାର ଦେବ, ଆମେ ତାକୁ ୧ ଲକ୍ଷ ୨୫ ହଜାର ଟଙ୍କା ଦେଉଛୁ। ଏହାପରେ ମଠର ୨ ଜଣଙ୍କ ସହ କଥା ହୋଇଥିଲେ। ଏହା ଶୁଣି ପଦ୍ମ ଲୋଚନଙ୍କ ମନରେ ଲୋଭ ହୋଇଥିଲା।
ଯୋଜନା ଅନୁସାରେ ୧୦ ତାରିଖ ସେ ବୁଢ଼ୀଠାକୁରାଣୀ ମନ୍ଦିର ନିକଟକୁ ଆସି ଏକ ଟଙ୍କା ଭର୍ତ୍ତି ବ୍ୟାଗ ଦେଇଥିଲେ। ପଦ୍ମଲୋଚନ ସେଠାରେ ପହଞ୍ଚିବା ପରେ ଅଜଣା ବ୍ୟକ୍ତି କହିଥିଲେ ତାଙ୍କ ପାଖରେ ଅଢ଼େଇ ଲକ୍ଷ ଟଙ୍କା ଅଛି। ତେଣୁ ୨ ଲକ୍ଷ ଟଙ୍କା ଦେଲେ ସେ ଏହି ଅଢ଼େଇ ଲକ୍ଷ ଟଙ୍କା ଦେବେ। ଏହାପରେ ପଦ୍ମ ଲୋଚନ ଆଇଓବି ବ୍ୟାଙ୍କରୁ ଟଙ୍କା ଉଠାଇ ଅଜଣା ବ୍ୟକ୍ତିଙ୍କୁ ଦେଇଥିଲେ। ଅଜଣା ବ୍ୟକ୍ତି ସେଲୋ ଟେପ୍ ବନ୍ଧା ଟଙ୍କା ବଣ୍ଡଲ ଦେଖାଇଥଲେ। ପଦ୍ମ ଲୋଚନ ଟଙ୍କା ନେଇ ଘରେ ପହଞ୍ଚି ଖୋଲି ଦେଖିଲା ବେଳକୁ ଉପର ୨/୩ଟି ଶହେ ଟଙ୍କିଆ ଥିବା ବେଳେ ତଳେ ପୁରୁଣା ଖବର କାଗଜ କଟାଯାଇ ଟଙ୍କା ଆକାରରେ ସଜାଇ ରଖାଯାଇଛି। ଏହାପରେ ପଦ୍ମ ଲୋଚନ ୩ଟି ମୋବାଇଲ ନମ୍ବରକୁ ଫୋନ୍ କରିଥିଲେ। ତେବେ ତାହା ବନ୍ଦ ଥିଲା। ବହୁତ ଖୋଜା ଖୋଜି କରିବାପରେ ଅଜଣା ବ୍ୟକ୍ତିଙ୍କୁ ନପାଇବାରୁ ବାଧ୍ୟ ହୋଇ ବୁଧବାର ରାତିରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share

Leave a Reply