ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ଗୁରୁବାର ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଝଝିରିବାହାଳ ଗାଁର ମନ୍ଦାକିନି ସାହୁ ନାମକ ଜଣେ ବିଧବା ମହିଳା ଏବଂ ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଇଙ୍କରବନ୍ଧ ଗାଁର ତପସ୍ବିନୀ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରୀ କରେଇବାର ଲୋଭ ଦେଖାଇ ସିକ୍ୟୁରିଟି ଇନଚାର୍ଜ ମଞ୍ଜୁଲତା ଦେହୁରୀ ଦୁଇ ଜଣଙ୍କ ଠାରୁ ୫୬ ହଜାର ଲେଖାଏଁ ଟଙ୍କା ସିକ୍ୟୁରିଟି ସୁପରଭାଇଜର ଯୁଗୋଳ କିଶୋର ବେହେରାଙ୍କ ଜରିଆରେ ୨୦୨୧ ଡିସେମ୍ବରରେ ନେଇଥିଲେ। ଟଙ୍କା ନେବାର ୧୫ ଦିନ ଭିତରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଦୁଇ ମହିଳା ଅନୁଗୋଳ ଶୀକ୍ଷକପଡାରେ ଘର ଭଡା ନେଇ ରହି ଆସୁଛନ୍ତି। କିନ୍ତୁ ୬ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଦୁଇ ମହିଳା ଶ୍ରୀମତୀ ଦେହୁରୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଉ ନଥିଲେ। ତେଣୁ ଦୁଇ ମହିଳା ଠକାମୀର ଶିକାର ହୋଇଥିବା ଜାଣି ଆଜି ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଥାନାରେଏ ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ଏହାର ଆପୋଷ ସମାଧାନ ହେବ ବୋଲି ଆଇଆଇସି ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି।
ନିଯୁକ୍ତି ଦେବା ନାଁ’ରେ ଠକେଇ
- Post published:July 7, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul