ଅନୁଗୁଳ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ଆଇଏଏସ୍ ଗୁରୁକୁଳର ଓଡ଼ିଶା ଶାଖା ଓ ଜିନ୍ଦଲ ଫାଉଣ୍ଡେସନ୍ ମିଳିତ ସହଯୋଗରେ ନିଃଶୁଳ୍କ କୋଚିଂ ବ୍ୟବସ୍ଥା ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି। ‘ପ୍ରୋଜେକ୍ସ ଅନନ୍ୟା’ ମାଧ୍ୟମରେ ଏଥିରେ ୩୦୦ ଜଣ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ବର୍ଷକ ପାଇଁ ଅନ୍ଲାଇନ୍ ମାଧ୍ୟମରେ କୋଚିଂ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ପ୍ରଥମ ଗ୍ରୁପ୍ରେ ଓଏଏସ୍ ଓ ଆଇଏଏସ୍ ନିମନ୍ତେ ୧୦୦ ଜଣ ଛାତ୍ରୀଙ୍କୁ ଦୈନିକ ଦୁଇ ଘଣ୍ଟା ଏବଂ ଦ୍ବିତୀୟ ଗ୍ରୁପ୍ରେ ୨୦୦ ଛାତ୍ରୀଙ୍କୁ ଦୈନିକ ଦୁଇ ଘଣ୍ଟା ଲେଖାଏଁ ବ୍ୟାଙ୍କି, ରେଲ୍ୱେ, ପ୍ରତିରକ୍ଷା, ପୁଲିସ୍, ଓପିଏସ୍ସି, ଏଏସ୍ଓ, ଆଇଆଇଏମ୍ (ଏମ୍ବିଏ), ଓଡିଶା ଷ୍ଟାଫ ସିଲେକ୍ସନ୍ କମିଶନ୍, ଓଡ଼ିଶା ଇଂଜିନିୟରିଂ ସର୍ଭିସ୍, କେନ୍ଦ୍ର ସରକାରଙ୍କର ସିଜିଏଲ୍ ଏବଂ ଏମ୍ସିଏଲ୍, ସେଲ, ନାଲ୍କୋ, ଏନ୍ଟିପିସିରେ ଭର୍ତ୍ତି ନିମନ୍ତେ ଶିକ୍ଷା ପ୍ରଦାନ କରାଯିବ। ଆଶାୟୀମାନେ ଏଥିନିମନ୍ତେ ମୋବାଇଲ୍ (୯୪୩୭୩୦୫୭୯୭) ଯୋଗେ ଯୋଗାଯୋଗ କରିବାକୁ କୁହାଯାଇଛି। ଛେଣ୍ଡିପଦା ଓ ବଅଁରପାଳ ବ୍ଳକ୍ର ଛାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବା ସହିତ ଅନୁଗୁଳ ଜିଲ୍ଲାର ଅନ୍ୟ ବ୍ଲକ୍ର ଛାତ୍ରୀମାନଙ୍କୁ ମଧ୍ୟ ଚୟନ କରାଯିବ। ସର୍ବଭାରତୀୟ ସ୍ତରର ପ୍ରଶିକ୍ଷକ ତଥା ବ୍ୟାଙ୍କ, ରେଲ୍ୱେ, ପ୍ରତିରକ୍ଷା, ଇନ୍ସୁରାନ୍ସ, ଓଏଏସ୍, ଓଏସ୍ଏସ୍ ଓ ଆଇଏଏସ୍ ମୁଖ୍ୟ ପରୀକ୍ଷାରେ ସଫଳତା ପାଇଥିବା ବ୍ୟକ୍ତି ଏଥିରେ ଶିକ୍ଷାଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି ।
ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଃଶୁଳ୍କ କୋଚିଂ
- Post published:August 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul