ତାଳଚେର: ଏନଟିପିସି/ଟିଟିପିଏସ ଆନୁକୂଲ୍ୟରେ ସ୍ଥାନୀୟ କୁକୁଡୁଲା ଉଚ୍ଚ ବିଦ୍ୟାଳୟରେ ଡକ୍ଟର ଅଗ୍ରୱାଲ ଆଇ ହସପିଟାଲ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏନଟିପିସି/ଟିଟିପିଏସର ଜିଏମ୍(ପ୍ରୋଜେକ୍ଟ) ଆର.କେ.ସିଂହ ଉଦଘାଟନ କରିଥିଲେ। ଏଥିରେ ସାଗରିକା ଲେଡ଼ିଜ୍ କ୍ଲବର ସଦସ୍ୟା, ଆଶାଲୋକ ହସପିଟାଲର ଚିଫ୍ ମେଡ଼ିକାଲ ଅଫିସର ଡା. ଭାରତୀ ସିଂହ ଉପସ୍ଥିତ ଥିଲେ।
ଏହି ଶିବିରରେ ମୋଟ ୧୫୪ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୬୧ ଜଣଙ୍କୁ ଔଷଧ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଓ ଏନଟିପିସି/ଟିଟିପିଏସର ଏଚଆର ବିଭାଗର କର୍ମକର୍ତ୍ତା ସହଯୋଗ କରିଥିଲେ।
ତାଳଚେର ଥର୍ମାଲ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର, ୧୫୪ ଜଣ ଦେଖାଇଲେ ଆଖି
