ଅନୁଗୁଳ: ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଗୁରୁବାର ଅନୁଗୁଳ ନିର୍ବାଚନମଣ୍ଡଳୀର ଅଙ୍ଗାରବନ୍ଧ ଏବଂ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡ଼ସାହିରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗର ୨୫ ରୁ ଊର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଊର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୧୦୦ ରୁ ଅଧିକ ସ୍ୱେଚ୍ଛାସେବୀ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ଦେଇଥିଲେ। ଏ ଅବସରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମାଗଣା ଔଷଧ ବିତରଣ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଏହି ଶିବିରର ଆୟୋଜନ କରାଯାଇ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇକୁ ଲକ୍ଷ୍ୟ ରଖାଯାଇଛି।
ବିକାଶ ଫାଉଣ୍ଡେସନ ପକ୍ଷରୁ ‘ମାଗଣା ସ୍ୱାସ୍ଥ୍ୟ ଶିବିର’: ଉପକୃତ ହେଲେ ଅଙ୍ଗାରବନ୍ଧ ଏବଂ ବଡ଼ସାହିବାସୀ
- Post published:September 21, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul