ଅନୁଗୁଳ: ଅନୁଗୁଳର ତଳମୂଳପାଟଣା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ଭାରତୀୟ ଚିକିତ୍ସକ ସଂଘ ଓ ରୋଟାରୀ ଅନୁଗୋଳ ରୟାଲ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖାର ସଭାପତି ଡାକ୍ତର ବିଛନ୍ଦ ଚରଣ ପ୍ରଧାନ ସଂପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧ୍ୟକ୍ଷ ଡାକ୍ତର ଟଙ୍କଧର ସିଂ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ,ଶିଶୁ ବିଶେଷଜ୍ଞ ଡାକ୍ତର ନୀଳକଣ୍ଠ ସାହୁ, ଡାକ୍ତର ପ୍ରଭାତ କୁମାର ପଣ୍ଡା, କର୍ଣ୍ଣ ନାସା,ଗଳା ବିଶେଷଜ୍ଞ ଡାକ୍ତର ପ୍ରସନ୍ନ କୁମାର ମହାନ୍ତି, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିତା ଭଞ୍ଜଦେଓ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶିବାଶିଷ ଗଡନାୟକ ଓ ରୋଟାରି ଅନୁଗୁଳ ରୟାଲ ତରଫରୁ ସଭାପତି ଡାକ୍ତର ସୌମ୍ୟକାନ୍ତ ବିଶୋଇ,ଦାନ୍ତ ଡାକ୍ତର ମାଇକେଲ୍ ଜନ୍,ଡାକ୍ତର ସସ୍ମିତା ପ୍ରଧାନ,ବାଣୀ ଦେବ, ଅମ୍ବିକା ପ୍ରସାଦ ସାହୁ,ମୂରାରୀ ଲାଲ୍ ଅଗ୍ରୱାଲ ଯୋଗ ଦେଇଥିଲେ। ତଳମୁଳ ପାଟଣାର ପପୁଲାର କ୍ଳବ ଶିବିରରେ ଲୋକଙ୍କୁ ସାହାଯ୍ୟ କରିଥିଲ। ଏହି ଶିବିରରେ ୩୦୦ ଲୋକଙ୍କ ଚିକିତ୍ସା ଓ ପରାମର୍ଶ କରାଯାଇଥିଲା।
ତଳମୁଳପାଟଣାରେ ମାଗଣା ସ୍ବାସ୍ଥ୍ୟ ଶିବିର
- Post published:March 21, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul



