ଡିଆଇଜିଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ, ଚେକ୍ ଅପ୍ କରାଇଲେ ୧୦୦ ରୁ ଅଧିକ ପୋଲିସ କର୍ମୀ

You are currently viewing ଡିଆଇଜିଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ, ଚେକ୍ ଅପ୍ କରାଇଲେ ୧୦୦ ରୁ ଅଧିକ ପୋଲିସ କର୍ମୀ

ଅନୁଗୁଳ: ଅନୁଗୁଳ ପୋଲିସ ଡିଆଇଜି ଆଇପିଏସ୍ ଡକ୍ଟର ଉମାଶଙ୍କର ଦାଶଙ୍କ ପକ୍ଷରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସଚେତନତା ଏବଂ ଚେକଅପ୍ କ୍ୟାମ୍ପ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ଗ୍ୟାଷ୍ଟ୍ରୋ ଲିଭର କେୟାର ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ ଏହି କ୍ୟାମ୍ପରେ ଜଣାଶୁଣା ଗ୍ୟାଷ୍ଟ୍ରୋ ଲିଭର ବିଶେଷଜ୍ଞ ତଥା ଫାଉଣ୍ଡେସନର ଟ୍ରଷ୍ଟି ଡକ୍ଟର ମନୋଜ କୁମାର ସାହୁ ପୋଲିସଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ପୋଲିସ୍ କର୍ମଚାରୀ କ୍ୟାମ୍ପରେ ମାଗଣା ଚେକ୍ ଅପ କରାଇଥିଲେ। ଏଥିରେ ବ୍ଲଡ ସୁଗାର, ବ୍ଲଡ ପ୍ରେସର, ହେପାଟାଇଟିସ୍, ଇସିଜି, ଲିଭର ସ୍କାନ ଆଜି କରାଯାଇ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Share

Leave a Reply