ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ଉପକୃତ ହେଲେ ୮୦୦ରୁ ଅଧିକ ଉପାନ୍ତବାସୀ

You are currently viewing ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ଉପକୃତ ହେଲେ ୮୦୦ରୁ ଅଧିକ ଉପାନ୍ତବାସୀ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପାନ୍ତ ଅଞ୍ଚଳ ଜମରଡିହ ସ୍ଥିତ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବନ୍ଧାଭୂଇଁ, ସଇଡା, ନଗିରା, ବରଡ଼ିହ ପଞ୍ଚାୟତର ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା।

ଶିବିରକୁ ଭୁବନେଶ୍ୱର ସମ୍ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଜି ଅମ୍ରିତ, ମେଡିସିନ ବିଭାଗର ଡାକ୍ତର ଅଭିଜିତ ଦଳାଇ, ଡାକ୍ତର ଶୁଭ୍ରାଂଶୁ ଦାସ ଏବଂ ଗେଲ ଇଣ୍ଡିଆର ଡାକ୍ତର ଆସିଫ ଅଲ୍ଲୀ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ୮୦୦ରୁ ଅଧିକ ଉପାନ୍ତବାସୀ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ବିକାଶ ଫାଉଣ୍ଡେସନର ପାରା ମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply