ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ସିମିଳିପଡା ଠାରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭାଇସ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଓ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।ସମାରୋହରେ ଅନୁଗୁଳ ଅଗ୍ନିଶମ ବିଭାଗର ୫ଜଣ କର୍ମଚାରୀଙ୍କୁ ଛାତ୍ରଛାତ୍ରୀ ମାନେ ତିଳକ, ପୁଷ୍ପ ଗୁଚ୍ଛ, ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରିନ୍ସିପାଲ ଶ୍ରୀ ପଣ୍ଡା ସମାଜରେ ଫାୟାରମ୍ୟାନ ମାନଙ୍କ ବହୁମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।
ଲିଟିଲ ହାର୍ଟସରେ ବନ୍ଧୁତା ଦିବସ
- Post published:August 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul