ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିଲା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ

You are currently viewing ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିଲା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ

ଅନୁଗୁଳ : ଆଜି ସ୍ଥାନୀୟ ଶିମିଳିପଡା ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ପରିସରରେ ଧୁମଧାମରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିତ ହୋଇଛି। ଉତ୍ସବରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଦୀପ୍ତି ଯୋଶୀ ଯୋଗ ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଛାତ୍ରୀ ଆଞ୍ଜେଲ ରଥ ବନ୍ଧୁତ୍ୱ ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଏ ଅବସରରେ ଅନୁଗୁଳ ଜିଲ୍ଲାର ୬ ଜଣ ଟ୍ରାଫିକ ପୋଲିସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ସେମାନଙ୍କ ହାତରେ ଛାତ୍ରଛାତ୍ରୀମାନେ ବନ୍ଧୁତ୍ୱ ଦିବସ ରିବନ ବାନ୍ଧିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କଳିଙ୍ଗରୁଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ସାହୁ, ରାଣୀ ଶର୍ମା, ଶିକ୍ଷକ ବିଭୂତି ଭୂଷଣ ସାହୁ ସହଯୋଗ କରିଥିଲେ।

Share

Leave a Reply