ହୋଟେଲ ଏବଂ କୁକୁଡା ଦୋକାନ ଉପରେ ପଡ଼ିଲା ଗଛ: ଜଣେ ଗୁରୁତର, ୩ ଆହତ

You are currently viewing ହୋଟେଲ ଏବଂ କୁକୁଡା ଦୋକାନ ଉପରେ ପଡ଼ିଲା ଗଛ: ଜଣେ ଗୁରୁତର, ୩ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଗଣେଶ ବଜାର ନିକଟରେ ଥିବା ଏକ ହୋଟେଲ ଏବଂ କୁକୁଡା ଦୋକାନ ଉପରେ ଏକ ଗଛ ପଡ଼ିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଆଜି ଦିନ ୧୨.୩୦ ରେ ଗଣେଶ ବଜାର ଠାରେ ଥିବା କନ୍ଦର୍ପ ଭାଇ ହୋଟେଲ ଏବଂ ଏକ କୁକୁଡା ଦୋକାନ ଉପରେ ଏକ ଅଶ୍ୱତଥ ଗଛର ମୋଟା ଡାଳ ଛିଣ୍ଡି ପଡ଼ିଥିଲା। ଏହି ଡାଳ ହୋଟେଲ ସମ୍ମୁଖରେ ଯାଉଥିବା ଜଣେ ପଥଚାରୀ ଉପରେ ପଡିବାରୁ ସେ ଗୁରୁତର ହୋଇଛନ୍ତି। ଏଥିସହ ହୋଟେଲ ଭିତରେ ଥିବା ମାଲିକଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ବଅଁରପାଳ ଚିକିତ୍ସାଳୟ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Share

Leave a Reply