ଅନୁଗୁଳ: ଦିଲ୍ଲୀ ସ୍ଥିତ ଭାରତୀୟ ବନ୍ଯପ୍ରାଣୀ ଟ୍ରଷ୍ଟ ସଂସ୍ଥା ଏବଂ ସହଯୋଗୀ ଅନୁଷ୍ଠାନ ନ୍ୟୁଜର ମିଳିତ ଉଦ୍ଯମରେ ଆମ ଲୋକକଳା “ପାଲା” ମାଧ୍ଯମରେ “ଗଜ ଉତ୍ସବ” କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ଐରାବତ ହସ୍ତୀ ଠାରୁ ଆରମ୍ଭ କରି ବିଶ୍ବ ଐତିହ୍ୟ କୋଣାର୍କର ହସ୍ତୀ ମୂର୍ତ୍ତି ପର୍ଯ୍ୟନ୍ତ ହାତୀ ଆମର ଐଶ୍ୱର୍ଯ୍ୟର ପ୍ରତୀକ। କିଭଳି ଭାବେ ହାତୀ ସୁରକ୍ଷାରେ ସୁସ୍ଥ ଜଙ୍ଗଲ ସମ୍ଭବ, ହାତୀ ବଂଶ ବିପଦର କାରଣ, ନିରାକରଣ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ବାବଦରେ ଲୋକନୃତ୍ଯ ପାଲା ମାଧ୍ଯମରେ ଅନୁଗୁଳ ବନଖଣ୍ଡର କୁଇଓ ଜଙ୍ଗଲ ଗ୍ରାମ, ଗୁରଂଗ ଏବଂ ପବଲା ଗ୍ରାମରେ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ଯକ୍ରମରେ ଅନୁଗୁଳ ବନାଞ୍ଚଳର ବନପାଳ ଗତିକୃଷ୍ଣ ବେହେରା, ବନରକ୍ଷୀ ସୁଜାତା ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, ପ୍ରିୟବ୍ରତ ବେହେରା ଏବଂ ବିନୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
“ପାଲା” ମାଧ୍ଯମରେ “ଗଜ ଉତ୍ସବ” କାର୍ଯ୍ଯକ୍ରମ, ସଚେତନ ହେଲେ ଅନୁଗୁଳ ବନଖଣ୍ଡବାସୀ
- Post published:January 18, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul