“ଆମ ପ୍ରତିଭା, ଆମ ସ୍ବାଭିମାନ” ସଂଗଠନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

You are currently viewing “ଆମ ପ୍ରତିଭା, ଆମ ସ୍ବାଭିମାନ” ସଂଗଠନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୁଳ: ଆଜି ଆମ ପ୍ରତିଭା, ଆମ ସ୍ବାଭିମାନ ସାମାଜିକ ସଙ୍ଗଠନ ତରଫରୁ ଅନୁଗୁଳ ମ୍ୟୁନିସିପାଲିଟିର ବିଭିନ୍ନ ସ୍ଥାନରେ ଜାତିର ପିତା ମହାତ୍ମା ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି ଏ ଅବସରରେ ପ୍ରଥମେ ଗାନ୍ଧି ପାର୍କ ଓ ଶିମିଳିପଡା ଛକ ଠାରେ ଥିବା ଗାନ୍ଧି ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ପରେ ମ୍ୟୁନିସିପାଲିଟିର ଓ୍ବାର୍ଡ ନଂ – ୩ ଓ ଓ୍ବାର୍ଡ ନଂ – ୧୯ ରେ ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସାମୂହିକ ସଫେଇ କରାଯାଇଥିଲା।

କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ନଗରପାଳ ଭକ୍ତିପ୍ରସାଦ ଦାସ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ଓ୍ବାର୍ଡ ନଂ – ୧୯ ର କାଉନସିଲର ବଳରାମ ଜେନା, ଓ୍ବାର୍ଡ ନଂ – ୩ ର କାଉନସିଲର ମଞ୍ଜୁଲତା ଦେହୁରୀ, ବିଜେଡି ନେତା ଭାଗିରଥୀ ଦେହୁରୀ, ମମତା ପ୍ରଧାନ, ସଞ୍ଜୀବ ସାହୁ, ସୌରଭ ବେହେରା, ପ୍ରଶାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share

Leave a Reply