ହେମସୁରପଡା ସାହି ମୂରବୀଙ୍କ ପରଲୋକ

You are currently viewing ହେମସୁରପଡା ସାହି ମୂରବୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାର ସାହି ମୂରବୀ ଗଙ୍ଗାଧର ସ୍ୱାଇଁଙ୍କ ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ଅଶି ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଭୋଗି ଆସୁଥିଲେ।

ସେ ଅନୁଗୁଳ ଟ୍ରକ ମାଲିକ ସଂଘର ପ୍ରତିଷ୍ଠାତା ସଦସ୍ୟ, ହେମସୁରପଡ଼ା ପୂଜା କମିଟିର ସଭାପତି, ସମ୍ପାଦକ, ପଞ୍ଚାୟତ କମିଟିର ସଭାପତି, ଅନୁଗୁଳ ଛଟ ପୂଜା କମିଟିର ଉପଦେଷ୍ଟା ଓ ଅନ୍ୟ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ସେ ମଧ୍ୟ ଅନୁଗୁଳ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଜଣେ ଅମାୟୀକ ଓ ସରଳ ବ୍ୟକ୍ତି ଭାବେ ତାଙ୍କର ବେଶ ପରିଚିତି ଥିଲା। କରଡ଼ାଗାଡିଆ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Share

Leave a Reply