ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

You are currently viewing ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

ଅନୁଗୁଳ: ଶୁକ୍ରବାରଠାରୁ ଆରମ୍ଭ ହେବ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା। ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଭାଗରୁ ୮ଟି ଦଳ ଭାଗ ନେଉଛନ୍ତି।

ଫ୍ଲଡ୍ ଲାଇଟରେ ହେଉଥିବା ଏହି ପ୍ରତିଯୋଗିତା ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହେବ। ଉଦଘାଟନୀ ମ୍ୟାଚ୍ ମୁନ୍ ଏକାଦଶ ଓ ବିଏମ୍ ୱାରିୟର ମଧ୍ୟରେ ଖେଳାଯିବ। ଦ୍ବିତୀୟ ମ୍ୟାଚ୍ ଭୁବନେଶ୍ବର ଷ୍ଟାର ଏକାଦଶ ଓ ଜରପଡ଼ା ମଧ୍ୟରେ ହେବ। ଏହା ପରେ ପ୍ରଥମ ସେମିଫାଇନାଲ ଖେଳାଯିବ।
ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ୧୬ ତାରିଖ ସନ୍ଧ୍ୟାରେ ଖେଳାଯିବ ବୋଲି ଗଣପତ କ୍ଲବର ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ସଂପାଦକ ସନ୍ଧାନ ଦାସ ଓ ଉପସଭାପତି ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।

Share

Leave a Reply