ଅନୁଗୁଳ : ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଓ ଆଗାମୀ ୪ ବର୍ଷ ପାଇଁ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଂଘର ସଭାପତି ଭାବେ ପର୍ଶୁରାମ ଦାଶ, ସମ୍ପାଦକ ଭାବେ ବିଶ୍ୱଜିତ୍ ହୋତା ନିର୍ବାଚିତ ହୋଇଛନ୍ତି। ସେହିପରି ସଂଘର ମୁଖ୍ୟ ପୃଷ୍ଠପୋଷକ ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପୃଷ୍ଠପୋଷକ ଭାବେ ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ଓ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମାଝୀ ମନୋନୀତ ହୋଇଥିବା ବେଳେ ମନୋରଞ୍ଜନ ସାମଲ, ସନ୍ତୋଷ ବେହେରା ଓ ରାମଚନ୍ଦ୍ର ରଥ ମନୋନୀତ ଉପସଭାପତି ଓ ମନୋଜ କୁମାର ସାହୁ ସହ ସମ୍ପାଦକ, ସୁନିଲ୍ କୁମାର ମହାନ୍ତି କୋଷାଧ୍ୟକ୍ଷ, ଅନ୍ତର୍ଯ୍ଯାମୀ ଦଳେଇ କ୍ରୀଡା ସମ୍ପାଦକ, ଇତିଶ୍ରୀ ଗଡ଼ନାୟକ ମହିଳା ସହ ସମ୍ପାଦିକା ଓ ସୋନାଲି ସାମଲ ଅନୁବାଦିକା ଭାବେ ମନୋନୀତ ହୋଇଛନ୍ତି। ବଧିରମାନଙ୍କର ବିକାଶ ଓ ସ୍ୱାବଲମ୍ବନ କ୍ଷେତ୍ରରେ ରାଜ୍ୟର ନୂତନ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସଂଘ ଦାବି ଉପସ୍ଥାପନ କରିଛି। ସେହିପରି ବଧିର ସଂଘର ଏକ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ଜମି ଯୋଗାଇଦେବାକୁ ସଂଘ ଅନୁରୋଧ କରିଛି।
ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଆୟୋଜିତ, ଆଗାମୀ ୪ ବର୍ଷ ପାଇଁ ନିର୍ବାଚିତ ହେଲେ କର୍ମକର୍ତ୍ତା
- Post published:July 1, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


