ଜିଲ୍ଲା କ୍ରୀଡା ସଂସଦର ସାଧାରଣ ବୈଠକ ବାର୍ଷିକ କ୍ରୀଡା ବଜେଟ ୧୮,୫୦,୦୦୦

You are currently viewing ଜିଲ୍ଲା କ୍ରୀଡା ସଂସଦର ସାଧାରଣ ବୈଠକ ବାର୍ଷିକ କ୍ରୀଡା ବଜେଟ ୧୮,୫୦,୦୦୦

ଅନୁଗୁଳ: ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କ୍ରୀଡା ସଂସଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ବୈଠକ ଆରମ୍ଭରେ ଉପସଭାପତି ଏନ ମହାକୁଡ ସ୍ବାଗତ ଭାଷଣ ଦେଇଥିଲେ।ସମ୍ପାଦକ ଗୌର ଗୋବିନ୍ଦ ସାମନ୍ତ ନିଜର ଅଭିଭାଷଣରେ.କ୍ରୀଡାର ଉନ୍ନତି ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ କ୍ରୀଡା ସଂସଦର ସଭାପତି ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ,କ୍ରୀଡା ପ୍ରତିଭା ଚୟନ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦେଇଥିଲେ।ବୈଠକରେ ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ବାର୍ଷିକ ଆଥଲେଟିକ ମିଟର ଏଜେଣ୍ଡା,ବାର୍ଷିକ କ୍ରୀଡା କ୍ୟାଲେଣ୍ଡର ଓ ବାର୍ଷିକ ବଜେଟ ଉପରେ ଆଲୋଚନା ହୋଇଥିଲା। ବଜେଟରେ ୧୮,୫୦,୦୦୦ ମଧ୍ୟରୁ ଜିଲ୍ଲାପ୍ରଶାସନ ୧୫ ଲକ୍ଷର ବ୍ୟବସ୍ଥା କରିବ ଏବଂ ଅବଶିଷ୍ଟ ଅର୍ଥ ସଂସଦ ନିଜସ୍ଵ ଉଦ୍ୟମରେ ଯୋଗାଡ କରିବ ବୋଲି ସ୍ଥିରହୋଇଥିଲ।। ଶେଷରେ ପେସ୍କାର ଗଡ଼ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ କୋଷାଧ୍ୟକ୍ଷ କିଶୋର କର,ସଦସ୍ୟ ପ୍ରଦୀପ ରାଉତ ଏବଂ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply