ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି।
୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨ଟି ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ମଧ୍ୟ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ସେହିପରି କଂଗ୍ରେସ ୯ଟି ଆସନ ପାଇଁ ଟିକେଟ୍ ଘୋଷଣା କରିବାକୁ ବାକି ରଖିଛି।
ଗତକାଲି କଂଗ୍ରେସ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।
ବିଜେଡି ରଘୁନାଥପଲ୍ଲୀ, ହିନ୍ଦୋଳ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା, ବାଙ୍ଗିରିପୋଷି, ଭୋଗରାଇ, ନୀଳଗିରି, ବରୀ, କୋରେଇ, ବାଲିକୁଦା-ଏରସମା ଓ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେହିପରି ବିଜେପି ଜୟପୁର, ତେଲକୋଇ, ଘସିପୁରା, ଚମ୍ପୁଆ, ହିନ୍ଦୋଳ, ବାରବାଟୀ-କଟକ, ବେଗୁନିଆ, ଖୋର୍ଦ୍ଧା, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ସାଲେପୁର ଓ କେନ୍ଦ୍ରାପଡ଼ା ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଅନ୍ୟପଟେ କଂଗ୍ରେସ ଛତ୍ରପୁର, ପାଲହରା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡ଼ଚଣା, ଜଗତସିଂହପୁର ଓ କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ଓଡ଼ିଶାର ୨୧ଟି ଲୋକସଭା ଆସନ ପରିପ୍ରେକ୍ଷୀରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଘୋଷଣା ଶେଷ କରିଛନ୍ତି। ତେବେ କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।