ଜୁନ୍ ପହିଲାରୁ ଗାଡ଼ି ମାଲିକଙ୍କ ଇନସ୍ୟୁରାନ୍ସ ଖର୍ଚ୍ଚ ବଢିଯିବ । ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ମାଲିକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ସର୍କୁଲାର ଜାରି କରିଛନ୍ତି ।
ସଡକ ପରିବହନ ମନ୍ତ୍ରଣାଳୟ ନୋଟିଫିକେସନ୍ ଜାରି କରିଛନ୍ତି ଯେ, ଯାନବାହାନ ଇନ୍ୟୁରାନ୍ସର ପ୍ରିମିୟମରେ ଗତ ୨୦୧୯-୨୦ ପାଇଁ ପରିବର୍ତ୍ତନ କରାଯାଇଥିଲା । କୋଭିଡ -୧୯ ମହାମାରୀ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେ ଅଲଗା ଅଲଗା ଇଞ୍ଚିନ୍ କାପାସିଟି ପାଇଁ ଥାର୍ଡ ପାର୍ଟି ବିମା ଦରକୁ ବଢାଯିବ । ଏହି ପରିବର୍ତ୍ତିତ ନୂଆ ପ୍ରିମିୟମ ଦର ଜୁନ ୧ ତାରିଖରୁ ଲାଗୁ ହେବ ।
ନୁଆଁ ନିୟମ ଅନୁସାରେ ୧୦୦୦ ସିସି ଇଞ୍ଚିନ୍ ଥିବା ଗାଡି ପାଇଁ ଥାର୍ଡ ପାର୍ଟି ବିମା ପ୍ରିମିୟମ୍ ୨,୦୯୪ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସେହିପରି ୧୫୦୦ ସିସି ଇଞ୍ଚିନ୍ ଗାଡି ପାଇଁ ଇନସ୍ୟୁରାନ୍ସ ଦର ୩,୨୨୧ ରୁ ବଢି ୩,୪୧୬ ଟଙ୍କା ଧାର୍ଯ୍ୟ ହୋଇଛି । ୧୫୦୦ ସିସି ରୁ ଉପରକୁ ଥିବା ଇଞ୍ଚିନ କ୍ଷମତା ସମ୍ପନ୍ନ ଗାଡିର ପ୍ରିମିୟମ ସାମାନ୍ୟ ବଢିଥିବା କୁହାଯାଇଛି ।
ସେହିପରି ଦୁଇଚକିଆ ଗାଡି ଗୁଡିକର ଇନସ୍ୟୁରାନ୍ସ ଦରରେ ମଧ୍ୟ ବୃଦ୍ଧି କରାଯାଇଛି । ଜୁନ୍ ପହିଲାରୁ ୧୫୦ ସିସି ରୁ ୩୫୦ ସିସି ବାଇକ୍ ଗୁଡିକର ପ୍ରିମିୟମ୍ ୧୩୬୬ ଟଙ୍କା ହେବ । ସେହିପରି ୩୫୦ ସିସିରୁ ଅଧିକ କ୍ଷମତା ସମ୍ପନ୍ନ ବାଇକ୍ ଉପରେ ୨୮୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।