ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” ପାଳିତ, ଘରକୁ ଘର ଯାଇ ଲୋକଙ୍କୁ ବୁଝାଇଲେ କଂଗ୍ରେସ କର୍ମୀ
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଆଜି ପୂର୍ବାହ୍ନରେ ଅନୁଗୁଳ ବ୍ଳକର ରନ୍ତଲେଇ ପଞ୍ଚାୟତର ରନ୍ତଲେଇ, ହରିବେରିଣୀ ,ମୁସାପାପୁଲି ଓ ଚନ୍ଦ୍ରବାହଳ ପ୍ରଭୃତି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ପିସିସି କାର୍ଯ୍ୟକାରୀ ସଦସ୍ୟ ଅମ୍ବିକା ଭଟ୍ଟ, ପିସିସି ସମ୍ପାଦକ ଟିକନ ବେହେରା, ବ୍ଳକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଘର ଘର ବୁଲି ଦଳର ପ୍ରଚାର ପତ୍ର ବାଣ୍ଟିଥିଲେ।
ଏଥିସହ ଦର ଦାମ ବୃଦ୍ଧି, ଉତ୍କଟ ବେକାରୀ ଓ ଦାରିଦ୍ର୍ୟ, ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ବିଜୁଳି ଦର ବୃଦ୍ଧି ପ୍ରଭୃତି ପ୍ରସଙ୍ଗରେ କଂଗ୍ରେସ ନେତାମାନେ ଲୋକଙ୍କୁ ବୁଝାଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିଜୟା ନନ୍ଦ ଚାଉଳିଆ, ଜିଲ୍ଲା କଂଗ୍ରେସ ଉପ-ସଭାପତି ଦୁଷ୍ମନ୍ତ ଦଳବେହେରା, ଚିତ୍ତ ରଂଜନ ନାଏକ, ସହଦେବ ବେହେରା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ବିଶ୍ୱାଳ, ରମେଶ ପ୍ରଧାନ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିମଳ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଂପାଦକ ଚିତ୍ତରଞ୍ଜନ ସାମଲ , ହେମନ୍ତ ମହାଳିକ, ସୌମ୍ୟ ରଂଜନ ବେହେରା, ଛାତ୍ର ନେତା ପ୍ରଦ୍ୟୁମ୍ନ ସାହୁ, ରନ୍ତେଲେଇ ପଞ୍ଚାୟତ ସଭାପତି ଶରତ ସାସମଲ, ବଡ଼କେରା ପଞ୍ଚାୟତ ସଭାପତି ଜିତେନ୍ଦ୍ର ସିଂ, ଯୁବ ନେତା କମଳକାନ୍ତ ସାହୁ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।