ଗାଧୋଇବା ବେଳେ ଅଘଟଣ: ପୋଖରୀରେ ବୁଡ଼ି ନାବାଳିକା ମୃତ

You are currently viewing ଗାଧୋଇବା ବେଳେ ଅଘଟଣ: ପୋଖରୀରେ ବୁଡ଼ି ନାବାଳିକା ମୃତ

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ଶ୍ରୀକାନ୍ତ ବିଶ୍ବାଳଙ୍କ ଝିଅ ଶ୍ରୀୟା ବିଶ୍ବାଳ (୧୪)।

ସୂଚନା ମୁତାବକ, ଶ୍ରୀୟା ଗାଁ ଠାରୁ ଦୁଇଶହ ମିଟର ଦୂର ଥିବା ଗାଁ ପୋଖରୀକୁ ଚାରି ପାଞ୍ଚଜଣ ସାଙ୍ଗ ଶନିବାର ଦିନ ୧୧ଟା ସମୟରେ ଗାଧୋଇ ବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିରେ ବୁଡି ଯାଇଥିଲେ। ପୋଖରୀର ଆର ପଟେ ଜଣେ ବୃଦ୍ଧ ଶ୍ରୀୟା ବୁଡୁଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରୀୟା କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା କରି କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଚିକିତ୍ସା ଅବହେଳାରୁ ଶ୍ରୀୟାଙ୍କ ମୃତ୍ୟୁ ଘଟିଥିବା ଗାଁ ଲୋକେ କହିଛନ୍ତି। ପୋଲିସରେ ଏ ନେଇ ମାମଲା ହୋଇଥିବା ଜଣାଯାଇଛି।

Share

Leave a Reply