୨୧ ବିଦ୍ୟାଳୟର ୩୦୦୦ ଛାତ୍ରଛାତ୍ରୀଙ୍କର କରାଗଲା ମାଗଣା ଚକ୍ଷୁ ପରୀକ୍ଷା, ଚଷମା ବାଣ୍ଟିଲା ଜିଏମ୍‌ଡିସି

You are currently viewing ୨୧ ବିଦ୍ୟାଳୟର ୩୦୦୦ ଛାତ୍ରଛାତ୍ରୀଙ୍କର କରାଗଲା ମାଗଣା ଚକ୍ଷୁ ପରୀକ୍ଷା, ଚଷମା ବାଣ୍ଟିଲା ଜିଏମ୍‌ଡିସି

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବୈତରଣୀ ପଶ୍ଚିମ କୋଇଲା ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଛି। ଏଥିସହ ଚଷମା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟ୍ ମିନେରାଲ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଜିଏମ୍‌ଡିସି)ର ସାମାଜିକ ଦାୟିତ୍ୱ ଶାଖା ଗ୍ରାମ୍ୟ ବିକାଶ ଟ୍ରଷ୍ଟ୍ (GVT) ପକ୍ଷରୁ ଏହି ଚକ୍ଷୁ ପରୀକ୍ଷା କରାଯାଇଛି।
ଆଜି ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ଠାରେ ଅଭିଯାନ ଆରମ୍ଭ ହୋଇଛି। ଛେଣ୍ଡିପଦା ବ୍ଲକ ଉନ୍ନୟନ ଅଧିକାରୀ ସୁଶ୍ରୀ କସ୍ତୁରୀ ଶା’ (ଆଏସ) ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସ୍ଥିତ ଭିଜନ୍ ସ୍ପ୍ରିଙ୍ଗ ଫାଉଣ୍ଡେସନ୍ (VSF) ସଂସ୍ଥା ଚକ୍ଷୁ ପରୀକ୍ଷା ଦାୟିତ୍ୱ ନେଉଥିବାବେଳେ ଜିଏମଡିସି – ଜିଭିଟି ସମସ୍ତ ସହଯୋଗ ଓ ପରିଚାଳନା କରୁଛନ୍ତି। ଏହି ଅଭିଯାନ ବୈତରଣୀ ପଶ୍ଚିମ କୋଇଲା ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଚକ୍ଷୁ ସମସ୍ୟା ଚିହ୍ନଟ କରି ଆବଶ୍ୟକ ଚଷମା ପ୍ରଦାନ କରାଯିବ। ଅଭିଯାନରେ ୨୧ଟି ବିଦ୍ୟାଳୟର ପ୍ରାୟ ୩୦୦୦ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ ବୋଲି ଜିଏମଡିସି ପକ୍ଷରୁ କୁହାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହାମିଳନ ମୁର୍ମୁ, ବ୍ଲକ ଶିକ୍ଷା ଅଧିକାରୀ ତଥା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ପ୍ରଧାନ, ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚ ସୁଦୀପ୍ତ ପ୍ରଧାନଙ୍କ ସହ ପ୍ରମୁଖ ଜିଏମଡିସିର ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply