ଅନୁଗୁଳ: ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ସୁବୁଦ୍ଧି ସକାଳେ ଜାତୀୟ ରାଜପଥ-୫୫ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ। ଏଥିନେଇ ସେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ମୂଷାପାପୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା ବିଦ୍ୟୁତପ୍ରଭା ସୁବୁଦ୍ଧି ସବୁଦିନେ ପ୍ରାତଃ ଭ୍ରମଣରେ ଯାଇଥାନ୍ତି। ଗୁରୁବାର ମୂଷାପାପୁଲି ଆଡୁ ବଡ଼କେରା ଆଡକୁ ରାଜପଥରେ ଯାଉଥିବା ସମୟରେ ଲୁଟ୍ର ଶିକାର ହୋଇଥିଲେ |
ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟ୍
- Post published:April 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul