ବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

You are currently viewing ବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦୀପ୍ ଗଡ଼ନାୟକ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦ୍‌ଘାଟନ କରିଥିଲେ।

ସେମାନେ ରକ୍ତଦାନକୁ ମହାନ୍ କାର୍ଯ୍ୟ ବୋଲି କହି ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲିପଟ୍ଟା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଦାମ ପ୍ରଧାନ, ଗ୍ରାମ ସଭାପତି ଶରତ ଚନ୍ଦ୍ର ଗଡ଼ନାୟକ, ସେବା ସମବାୟ ସମିତି ସଭାପତି ଅଜିତ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ସୁଧାଂଶୁ ଶେଖର ପ୍ରଧାନ ଓ ତାଙ୍କ ଟିମ୍ ଉପସ୍ଥିତ ରହି ୫୬ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସମିତିର ସଭାପତି ସନ୍ତୋଷ କୁମାର ପ୍ରଧାନ, ସମ୍ପାଦକ ଅନିଲ କୁମାର ସାହୁ, ଉପଦେଷ୍ଟା ବରୁଣ କୁମାର ସାହୁ ସମେତ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Share

Leave a Reply