ଶ୍ରୀ ଗୋପାଳ ଗୋଶାଳାରେ ଗୋପାଷ୍ଟମୀ ପାଳିତ, ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ

0

ଅନୁଗୁଳ: ଅନୁଗୁଳ ରନ୍ତଳେଇ ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ଗୋପାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ ଗୋମାତା ପୂଜନ, ହନୁମାନ ଚାଳିଶା ପାଠ ଓ ସୁରଭି ଯଜ୍ଞ କରାଯାଇଥିଲା। ଗୋପାଷ୍ଟମୀ ଉପଲକ୍ଷେ ସଭା ମଞ୍ଚରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବିଶ୍ୱହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ସାରା ଦେଶରେ ଗୋବଂଶର ବର୍ତ୍ତମାନର ସ୍ଥିତି ଓ ଏହାର ସୁରକ୍ଷା ପାଇଁ ଆମର କର୍ତ୍ତବ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ଏହା ସହିତ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ସମସ୍ତ ସନାତନୀ ହିନ୍ଦୁ ମାନେ ଏକତ୍ର ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଗୋଶାଳାର ସଭାପତି ଲଡ଼ୁକେଶ୍ୱର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ଅଶୋକ ମୁରାରକା ମଞ୍ଚ ପରିଚାଳନା କରିଥିଲେ। ଗୋଶାଳାର ଇତିହାସ ସମ୍ପର୍କରେ ପୂର୍ବ ସଭାପତି ଶ୍ରୀ ଗୋପାଳଜୀ ମୁନ୍ଦ୍ରା ବର୍ଣ୍ଣନା କରିଥିଲେ।

ଏ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପ୍ରଦର୍ଶନ କରିଥିବା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମାତୃଶକ୍ତି ଗୋସେବା ସମିତିର ଅଧ୍ୟକ୍ଷା ନିଲୁ ଗୁପ୍ତା ଓ ସମିତିର ଅନ୍ୟ ସଦସ୍ୟ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ରାମକୃଷ୍ଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

error: Content is protected !!