ଅନୁଗୁଳ: ଆଜି ଅନୁଗୁଳ ଅମଲାପଡ଼ା ନମ୍ର ପ୍ୟାଲେସ ନିକଟରେ ବଜରଙ୍ଗ ଦଳର କର୍ମୀ ମାନେ ଏକ ଗୋରୁ ବୋଝେଇ ଗାଡିକୁ ଧରିବା ସହ ଥାନାରେ ଜିମା ଦେଇଥିଲେ। ସକାଳେ ନିଶା ପଟୁ ଆସୁଥିବା ଏହି ଗାଡିଟି ଡିଆଇସି ଛକ ହମ୍ପ ଅତିକ୍ରମ କରୁଥିବା ବେଳେ ଗାଈଙ୍କର କରୁଣ ଚିତ୍କାର ଶୁଣି ବଜରଙ୍ଗ ଦଳର କର୍ମୀ ସୁଜିତ ସ୍ୱାଇଁ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡିଟି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲା।ସୁଜିତ ଅନ୍ୟ ସାଥି,ପାପୁନ ଦଳବେହେରା,ଟିକିନା ଦାସ,ମନୀଷ ତୁଳସୀୟାନଙ୍କୁ ଧରି ପିକଅପକୁ ଗୋଡ଼ାଇ ଥିଲେ। ସେମାନେ ଅମଲାପଡ଼ା ନିକଟରେ ଗାଡିଟିକୁ ଅଟକାଇ ତିନୋଟି ଗାଈ ଚାପି ହୋଇ ରହିଥିବା ଦେଖି ଥିଲେ। ସେମାନେ ଥାନାକୁ ଫୋନ କରିବା ପରେ ଗୋରୁ ବେପାରୀ ହଗରୁ ନାଏକ,ଚାଳକ ସନ୍ତୋଷ ସେଠୀକୁ ଥାନାକୁ ନେଇଥିଲେ। ଗୋରୁ ଗୁଡିକୁ ଡେରାର ଏକ ଗୋଶାଳାରେ ରଖାଯାଇଥିଲା।
ଗୋରୁ ଗାଡିକୁ ଗୋଡ଼ାଇ ଧଇଲେ ବଜରଙ୍ଗ କର୍ମୀ
- Post published:May 30, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul