ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ, ଘୋଷଣା କଲେ କେନ୍ଦ୍ର ସରକାର

You are currently viewing ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ, ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ସଂଗଠନ (ଆରଏସଏସ) ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନୁହେଁ ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ କଂଗ୍ରେସ କ୍ରମାଗତ ଭାବେ ବିଜେପି ଉପରେ ଆକ୍ରମଣ କରୁଛି। ତେବେ ରବିବାର ଦିନ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି, ଯେଉଁଥିରେ RSS କାର୍ଯ୍ୟକଳାପରେ ଅଂଶଗ୍ରହଣ ଉପରେ ୬ ଦଶନ୍ଧି ପୁରୁଣା ପ୍ରତିବନ୍ଧକ ହଟାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବ କେନ୍ଦ୍ର ସରକାର ୧୯୬୬, ୧୯୭୦ ଏବଂ ୧୯୮୦ ର ଆଦେଶରେ ସଂଶୋଧନ କରିଥିଲେ, ଯେଉଁଥିରେ ସରକାରୀ କର୍ମଚାରୀଙ୍କ ଉପରେ ଆରଏସଏସ ଶାଖା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡିତ ଥିବାରୁ ସେମାନଙ୍କୁ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଥିଲା । ପୂର୍ବ କଂଗ୍ରେସ ସରକାର ସମୟ ସମୟରେ ସରକାରୀ କର୍ମଚାରୀଙ୍କୁ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସରକାର ଦେଇଥିବା ଆଦେଶକୁ କଂଗ୍ରେସ ନେତା ଅର୍ଥାତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “୧୯୬୬ ମସିହାରେ ସରକାରୀ କର୍ମଚାରୀଙ୍କୁ RSS କାର୍ଯ୍ୟରେ ଭାଗ ନେବାକୁ ବାରଣ କରାଯାଇଥିଲା – ଏବଂ ନିଷ୍ପତ୍ତି ଠିକ୍ ଥିଲା। କିନ୍ତୁ ଜୁନ୍ ୪, ୨୦୨୪ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ମଧ୍ୟରେ ସମ୍ପର୍କ ଠିକ୍‌ ନଥିଲା ଭଳି ଲାଗିନଥିଲା । ଏହି ସମୟରେ, ଜୁଲାଇ ୯, ୨୦୨୪ ରେ ମୋଦି ସରକାର ୫୮ ବର୍ଷର ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।

Share

Leave a Reply